କେ। ଇଡ।, ୩୧ (ନି.ପ୍ର): ଆଦିବାସୀ ଅଭ୍ୟୁସିତ ପାହାଡ ଜଙ୍ଗଲ, ନଦୀ ଓ ଝରଣାରେ ପରିପୂର୍ଣ୍ଣ କୋଇଡାର ତିହ୍ୟ, ଭାଷା, କଳା, ସଂସ୍କୃତି, ୬ରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ]ଞ୍ଜିକୃତ ସଂଘ କୋଇଡା ୟୁନିୟନ୍ ଅଫ୍ କର୍ଣ୍ଣାଲିଷ୍ଟ ଆନୁକୂଲ୍ୟରେ ଗତବର୍ଷ ପରି ଚଳିତବର୍ଷ ଝରଣା ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛ । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବର ପୂର୍ବାହ୍ନରେ ମୁଖ୍ୟ ଅତିଥ୍ ଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଅନ୍ୟ ଏତିଥ୍ ମଧ୍ୟରେ ପୂର୍ବତନ ବିଧାୟକ ନାର୍ଦ୍ଦନ ଦେହୁରୀ, ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, କୋଇଡା ବ୍ଲକ୍ ଶିକ୍ଷା ଧ୍ୟାକାରୀ ଅଭିମନ୍ୟୁ ବେହେରା।, କାଇଡା ସରପଞ୍ଚ ହୃଷିକେଶ ଦେହୁରୀ, ରାଜ୍ୟ ଟ୍ରେଡ୍ ୟୁନିୟନ୍ ସଭ୍ୟ ପ୍ରଭାତ ମୁଣ୍ଡା, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଶୋକ କୁମାର ନାଏକ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ହୋତ୍ସବକୁ ଉଦ୍ଘାଟନ କରିଥିଲେ । ହଜାର ଜାର ସ୍ଥାନୀୟ ବାସୀନ୍ଦାଙ୍କ ଉପସ୍ଥିତିରେ ଦିନ ତମାମ କୋଇଡା ଅଞ୍ଚଳର
କଳାକାର, ଶିଶୁ, ଛାତ୍ରଛାତ୍ରୀ, ସମାଜ, କଳା ପରିଷଦ ଆଦିଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାକାଳୀନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ଅନ୍ୟ ଅତିଥ୍ ମଧ୍ୟରେ ଜିଲ୍ଲା ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ,ବଣାଇଁ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ରଞ୍ଜିତ ଚୌଧୁରୀ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ଝରଣା ମହୋତ୍ସବ ସବୁ ମହୋତ୍ସବ ଠାରୁ ନିଆରା ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା
ଓ ବହୁ
।
RA UNION OF QUEN
ଉଚ୍ଚକୋଟିର ବୋଲି ପରି ପ୍ରକାଶ କରିଥିଲେ । ପରେ ବହୁ ପ୍ରତିକ୍ଷିତ ସାମାଜିକ ନାଟକ ବେଳେ ବେଳେ ଆଖି କାନ୍ଦି ପାରେ ନା । ପରି ବେ ଷଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିନ ଅପରାହ୍ନରେ ମୁଖ୍ୟ ଅତିଥ୍ୟ ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁରଞ୍ଜନ ସାହୁ ତଥା ଅନ୍ୟ ଅତିଥ୍ୟ ମଧ୍ୟରେ କୋଇଡା ବିଡିଓ ରଶ୍ମି ରେଖା ପାତ୍ର,କୋଇଡା ଖଣି ଉପନିର୍ଦ୍ଦେଶକ ଅସିତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । କୋଇଡା ଅଞ୍ଚଳର ବହୁ କଳାକାର, ସମାଜସେବୀ ଛାତ୍ର ଛାତ୍ରୀ, ବ୍ୟକ୍ତି ବିଶେଷଙ୍କୁ ଝରଣା
ସମ୍ମାନ ମାନପତ୍ର, ଉପଢୌକନ, ପ୍ରଦାନ କରି ସମ୍ମାନିତ କରିଥିଲେ । ସେହିପରି ତୃତୀୟ ଦିନରେ କୋଇଡା ତହସିଲଦାର ଆଶିଷ ରାଉତ, ଟାଟା ଷ୍ଟିଲ୍ କୋଇଡା ମୁଖ୍ୟ ଦିପକ ବେହେରା, ସମାଜସେବୀ କୁଶ ଆପଟ, ନବକିଶୋର ଆଚାର୍ଯ୍ୟ, କେବଲାଙ୍ଗ, କୋଇଡା, ଟେନସା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ସମେତ ସମସ୍ତ ସରକାରୀ ବିଭାଗର ଅଧ୍ୟାକାରୀ, ପି ଆର ଆଇ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷ ସନ୍ଧ୍ୟାରେ
ମହୋତ୍ସବ ଉଦ୍ଦେଶ୍ୟରେ ଏକ ସ୍ମରଣିକା ଝରଣା ଉନ୍ମୋଚିତ ହୋଇଥିଲା। ମହୋତ୍ସବର ସନ୍ଧ୍ୟାମାନଙ୍କରେ ଓଡିଶାର ବିଶିଷ୍ଟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହୋତ୍ସବରେ ବିଭିନ୍ନ ଷ୍ଟଲମାନଙ୍କରେ ବିଭିନ୍ନ ଅନୁଷ୍ଠାନ, ମହିଳା ସଂଘ ଦ୍ୱାରା ହଜିଯାଇଥିବା ଐତିହ୍ୟ, ପାରମ୍ପରିକ ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା । କୋଇଡା ଭଳି ଉପାନ୍ତ ଅଞ୍ଚଳରେ ନୂତନ ପରିକଳ୍ପନା ସହ ବିଶାଳ ମହୋତ୍ସବ ଆୟୋଜନ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲା ।
- News Paper